Knowledge and entertainment hub
ଏହି ପ୍ରଶ୍ନଟି ପଚାରିଥିବା ପିଲାଟି ଥିଲା 'ରାମାନୁଜନ୍'। ସେହି ପିଲା ବୟସରୁ ହିଁ ତାଙ୍କର ଯେ ସଂଖ୍ଯାର ପ୍ରକୃତି ବିଷୟରେ ସ୍ବତନ୍ତ୍ର ଅନ୍ତଦୃ୍ଷ୍ଟି ଥିଲା।, ଉପରୋକ୍ତ ଘଟଣାଟି ହେଉଛି ତା'ର ନିଦର୍ଶନ। ପ୍ରାଥମିକ ଶ୍ରେଣୀରେ ଛାତ୍ର ଥିବା ବେଳେ ସେ ପୃଥିବୀର ବିଷୁବ ରେଖାର ଦୈର୍ଘ୍ୟ ଗଣନା କରି ପାରିଥିେଲ। ଛୋଟ ଥିଲାବେଳେ ସେ ଏକ ଠାରୁ ଏକ କୋଟି(୧,୦୦,୦୦,୦୦୦) ମଧ୍ଯରେ ଥିବା ମୌଳିକ ସଂଖ୍ଯାଗୁଡିକ ତାଙ୍କ ଜିଭ ଆଗରେ ଥିଲା। ମାଟ୍ରିକ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ତାଙ୍କର କଲେଜ ଜୀବନ ଆରମ୍ଭ ହେଲା। କଲେଜ ଜୀବନର ଆରମ୍ଭରେ ସେ ଇଂରାଜୀ ପ୍ରବନ୍ଧ ଓ ଗଣିତ ପ୍ରତିଯୋଗିତାରେ ସଫଳତା ଲାଭ କରି ପୁରସ୍କାର ପାଇଥିବା ବିଭିନ୍ନ ପୁସ୍ତକ ମଧ୍ଯରେ ଖଣ୍ଡେ ଉଚ୍ଚସ୍ତରର ଗଣିତ ପୁସ୍ତକ ଥିଲା। ଉକ୍ତ ପୁସ୍ତକଟି ତାଙ୍କୁ ଗଣିତ ଅଧ୍ଯୟନ ପ୍ରତି ଏତେ ଆକ୍ରୁଷ୍ଟ କରିଥିଲା ଯେ, ସେ ଅନ୍ଯାଯ ସମସ୍ତ ବିଷୟ ପ୍ରତି ଅବହେଳା ପ୍ରଦର୍ଶନ କରି ଉଚ୍ଚ ସ୍ତରର ଗଣିତ ପଢିବାରେ ଲାଗିଲେ। ଫଳତଃ କଲେଜ ପରୀକ୍ଷାରେ ଗଣିଗଣିତରେ ଶତକଡା ଶହେ ନମ୍ବର ରଖିଥିବା ସତ୍ତ୍ବେ ଇଂରାଜୀରେ ପାସ୍ ନମ୍ବର ଠାରୁ ୩ ନମ୍ବର କମ୍ ରଖିବାରୁ ସେ ପରୀକ୍ଷାରେ ଫେଲ୍ ହୋଇଗଲେ। ଏହିଠାରେ ତାଙ୍କର ପାଠପଢା ଶେଷ ହେଲା। ଉଦ୍ଯମରେ ଶେଷ ନାହିଁ... କ୍ରମଶଃ ...