Posts

Knowledge and entertainment hub

Image
ଏହି ପ୍ରଶ୍ନଟି ପଚାରିଥିବା ପିଲାଟି ଥିଲା 'ରାମାନୁଜନ୍'। ସେହି ପିଲା ବୟସରୁ ହିଁ ତାଙ୍କର ଯେ ସଂଖ୍ଯାର ପ୍ରକୃତି ବିଷୟରେ ସ୍ବତନ୍ତ୍ର ଅନ୍ତଦୃ୍ଷ୍ଟି ଥିଲା।, ଉପରୋକ୍ତ ଘଟଣାଟି ହେଉଛି ତା'ର ନିଦର୍ଶନ। ପ୍ରାଥମିକ ଶ୍ରେଣୀରେ ଛାତ୍ର ଥିବା ବେଳେ ସେ ପୃଥିବୀର ବିଷୁବ ରେଖାର ଦୈର୍ଘ୍ୟ ଗଣନା କରି ପାରିଥିେଲ। ଛୋଟ ଥିଲାବେଳେ ସେ ଏକ ଠାରୁ ଏକ କୋଟି(୧,୦୦,୦୦,୦୦୦) ମଧ୍ଯରେ ଥିବା ମୌଳିକ ସଂଖ୍ଯାଗୁଡିକ ତାଙ୍କ ଜିଭ ଆଗରେ ଥିଲା। ମାଟ୍ରିକ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ତାଙ୍କର କଲେଜ ଜୀବନ ଆରମ୍ଭ ହେଲା। କଲେଜ ଜୀବନର ଆରମ୍ଭରେ ସେ ଇଂରାଜୀ ପ୍ରବନ୍ଧ ଓ ଗଣିତ ପ୍ରତିଯୋଗିତାରେ ସଫଳତା ଲାଭ କରି ପୁରସ୍କାର ପାଇଥିବା ବିଭିନ୍ନ ପୁସ୍ତକ ମଧ୍ଯରେ ଖଣ୍ଡେ ଉଚ୍ଚସ୍ତରର ଗଣିତ ପୁସ୍ତକ ଥିଲା। ଉକ୍ତ ପୁସ୍ତକଟି ତାଙ୍କୁ ଗଣିତ ଅଧ୍ଯୟନ ପ୍ରତି ଏତେ ଆକ୍ରୁଷ୍ଟ କରିଥିଲା ଯେ, ସେ ଅନ୍ଯାଯ ସମସ୍ତ ବିଷୟ ପ୍ରତି ଅବହେଳା ପ୍ରଦର୍ଶନ କରି ଉଚ୍ଚ ସ୍ତରର ଗଣିତ ପଢିବାରେ ଲାଗିଲେ। ଫଳତଃ କଲେଜ ପରୀକ୍ଷାରେ ଗଣିଗଣିତରେ ଶତକଡା ଶହେ ନମ୍ବର ରଖିଥିବା ସତ୍ତ୍ବେ ଇଂରାଜୀରେ ପାସ୍ ନମ୍ବର ଠାରୁ ୩ ନମ୍ବର କମ୍ ରଖିବାରୁ ସେ ପରୀକ୍ଷାରେ ଫେଲ୍ ହୋଇଗଲେ। ଏହିଠାରେ ତାଙ୍କର ପାଠପଢା ଶେଷ ହେଲା। ଉଦ୍ଯମରେ ଶେଷ ନାହିଁ... କ୍ରମଶଃ                 ...

R----------N

Image
"ତୁଳସୀ ଦୁଇ ପତ୍ରରୁ ବାସେ", ଏ କଥାଟି ପ୍ରେତ୍ୟକ ଓଡ଼ିଆଙ୍କ ତୁଣ୍ଡରୁ ବାହାରି ଥାଏ। ଥରେ ଶିକ୍ଷକ ପ୍ରାଥମିକ ଶ୍ରେଣୀରେ ପଢାଉଥିଲେ-" ପ୍ରେତ୍ୟକ ସଂଖ୍ଯାକୁ ସେହି ସଂଖ୍ଯ।ଦ୍ବାରା ଭାଗକଲେ, ଭାଗଫଳ ଏକ ହୁଏ। ଯେପରି ତିନୋଟି ଫଳକୁ ତିନି ଜଣ ପିଲାଙ୍କ ମଧ୍ଯରେ ସମାନ ଭାବେର ବାଣ୍ଟିଦେଲେ, ପ୍ରତେକ ପିଲା ଗୋଟିଏ ଫଳ ପାଇବ। "           ଛାତ୍ରଟିଏ ଏ କଥା ଶୁଣି ସାଙ୍ଗେ ସାଙ୍ଗେ ଠିଆହୋଇ ପଚାରିଲା-"ଶୂନକୁ ଶୂନ୍ଯ ଦ୍ବାରା ଭାଗକଲେ ଭାଗଫଳ ମଧ୍ଯଏକ ହେବ। ଅର୍ଥାତ୍ ଶୂନ ସଂଖ୍ଯକ ଫଳକୁ ଶୂନ ଜଣ ପିଲାଙ୍କ ମଧ୍ଯରେ ସମାନ ଭାବେର ବାଣ୍ଟିଦେଲେ, ପ୍ରେତ୍ୟକ ପିଲା ଗୋଟିଏ ଫଳ ପାଇବ। "ଏହା କ'ଣ ଠିକ୍ କି? "          ଏ ପ୍ରଶ୍ନ ପଚାରିଥିବା ପିଲାଟି ଥିଲା .............. 

Knowledge and entertainment hub

Image
 ଜଗତମାତାଙ୍କର ଚରଣରେ ଅଦ୍ଯାବଧି ମୁଁ ଯେଉଁ ଭେଟି ଦେଉଅଛି, ସେଗୁଡିକ ମଧ୍ଯରେ ମୌଳିକ ଶିକ୍ଷା ମୋତେ ସବୁଠାରୁ ଅଧିକ କ୍ରାନ୍ତିକାରୀ ଓ ମହତ୍ତ୍ବପୂର୍ଣ୍ଣ ମନେ ହେଉଛି। ଏହାଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ଓ ମୂଲ୍ଯବାନ ଭେଟି ମୁଁ ଜଗତ ସମ୍ମୁଖରେ ଥୋଇପାରିବି,ତାହା ମୋର ପ୍ରତ୍ଯୟ ହେଉନାହିଁ। ଏଥିରେ ରହିଛି ମୋର ସମଗ୍ର ରଚନାତ୍ମକ କାର୍ୟ୍ଯକ୍ରମକୁ ପ୍ରୟୋଗାତ୍ମକ କରିବାର ଚାବିକାଠି। ଯେଉଁ ନୂଆ ଦୁନିଆ ପାଇଁ ମୁଁ ଛଟପଟ ହେଉଛି, ତାହା ଏଥିରୁ ହିଁ ଉଦ୍ଭବ ହୋଇପାରିବ। ଏହା ମୋର ଅନ୍ତିମ ଅଭିଳାଷ।                                 ମହାତ୍ମା ଗାନ୍ଧି